Literature Music Oriya

Blowin’ in the Wind: Odia Translation by Subhas Chandra Pattanayak

ପବନରେ ଭାସିଆସେ ଉତ୍ତର

(ମୂଳଲେଖା : ବବ୍ ଡିଲନ୍

ଅନୁବାଦ: ସୁଭାଷ ଚନ୍ଦ୍ର ପଟ୍ଟନାୟକ)

କେତେ ବାଟ ଚାଲିବାକୁ ହେବ ତାକୁ
କେତେ ବାଟ ଚାଲିବା ଉତ୍ତାରେ
ତମେ ତାକୁ ବୋଲିବ – ମଣିଷ?
କେତେ ସାଗର କକ୍ଷ
ଲଙ୍ଘିଲେ ପାଇବ
ଧଳା ପାରା ବାଲୁକାର ପରଶ?
ହଁ, ହଁ ଏଵଂ ହଁ,
କେତେବାର ଗର୍ଜିବ କମାଣ
ପାଇବାକୁ ଚିରନ୍ତନୀ ବିରତିର ଆଦେଶ?
ପବନରେ ଭାସିଆସେ
ଏଥିର ଉତ୍ତର ବନ୍ଧୁ !
ଏଥିର ଉତ୍ତର ।
ପବନରେ ଭାସିଆସେ
ଏଥିର ଉତ୍ତର ।।

ହଁ, ହଁ ଏବଂ ହଁ
ସମୁଦ୍ର କରାଳ ଗ୍ରାସେ
ହେବା ଆଗୂଁ ବିଲୀନ
କେବଯାଏଁ ପର୍ବତ ରହିବ?
ହଁ, ହଁ ଏବଂ ହଁ
ମୁକ୍ତହେବା ଅନୁମତି
ପାଇବାକୁ
କେତେକଙ୍କୁ
କେତେ କାଳ,
କେତେ ବର୍ଷ ଲାଗିବ?
ହଁ, ହଁ ଏବଂ ହଁ
ଅନ୍ୟଦିଗେ ମୁହଁ ମୋଡ଼ି
କେବଯାଏଁ ମଣିଷ
ଦେଖିପାରୁନଥିବାର
ବାହାନାରେ
କାଳ ତା’ର ବାହିବ?
ପବନରେ ଭାସିଆସେ
ଏଥିର ଉତ୍ତର ବନ୍ଧୁ !
ଏଥିର ଉତ୍ତର ।
ପବନରେ ଭାସିଆସେ
ଏଥିର ଉତ୍ତର ।।

ହଁ, ହଁ ଏବଂ ହଁ
କେତେ ଥର ମଣିଷ
ଉପରକୁ ଚାହିଁବ
ଦେଖିବାକୁ ଆକାଶ?
ହଁ, ହଁ ଏବଂ ହଁ
ଲୋକଙ୍କର କ୍ରନ୍ଦନ
ଶୁଣିବାକୁ କେତେ କାନ
ଲୋଡ଼ା କରେ ମଣିଷ?
ହଁ, ହଁ ଏବଂ ହଁ
କେତେ କେତେ ମରଣ
କଲେ ଅବଲୋକନ
ମଣିଷ ଜାଣିବ କେତେ
ମରିଛନ୍ତି ମଣିଷ?
ପବନରେ ଭାସିଆସେ
ଏଥିର ଉତ୍ତର ବନ୍ଧୁ !
ଏଥିର ଉତ୍ତର ।
ପବନରେ ଭାସିଆସେ
ଏଥିର ଉତ୍ତର ।।

(ଅନୁବାଦ: ୧୧.୭.୨୦୨୦)

0 comments on “Blowin’ in the Wind: Odia Translation by Subhas Chandra Pattanayak

Leave a Reply

Your email address will not be published. Required fields are marked *